Site icon ଆଜିକାଲି

ଧବଳେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ

ଆଠଗଡ଼ : ଧବଳେଶ୍ୱର ପୀଠ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । କାଲିଠୁ ଦର୍ଶନରୁ ବଞ୍ଚିତ ଥିଲେ ଯାହା ଦ୍ୱାରା ଆଜି ଦ୍ୱାର ଭାଙ୍ଗି ଦର୍ଶନ କରିଛନ୍ତି । ଆଜି ବଡ଼ଓଷା ଥିବାରୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁ ଆଜି ବଡ଼ ଓଷା ହୋଇପାରିବ କି ନାହିଁ ଆଶଙ୍କା ଦେଖାଦେଇଥିଲା । ଆଉ ଆଜି ଅସମ୍ଭାଳ ଭିଡ଼ ପୂଜକଙ୍କ ପ୍ରତିବାଦକୁ ନମାନି ଧସେଇ ପଶିଥିଲେ ।

ଗତକାଲି ପ୍ରଶାସନ-ପୂଜକ ଆଲୋଚନା ବିଫଳ ହୋଇଥିବାରୁ ଆଜି ଅସମ୍ଭାଳ ସ୍ଥିତି ଉପୁଜିଛି। ବ୍ୟାରିକେଡ୍ରେ ଉତ୍ତର ପଟକୁ କରିବା ପାଇଁ ପୂଜକ ସମାଜ ଜିଦ୍ ଧରିଥିବା ବେଳେ ପ୍ରଶାସନ କିନ୍ତୁ ବ୍ୟାରିକେଡ୍ରେ କୌଣସି ପରିବର୍ତନ କରିବା ସପକ୍ଷରେ ନାହିଁ । ଫଳରେ ଏହି ବୈଠକ ବିଫଳ ହୋଇଥିଲା ।

Exit mobile version