Site icon ଆଜିକାଲି

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି, ୧୮ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ୫ ଜିଲ୍ଲାର ଏସପିଙ୍କ ସହ ୧୮ ଜଣ ପୋଲିସ ଅଫିସରଙ୍କ ବଦଳି ହୋଇଛି । ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲାର ନୂଆ ଏସପି ନିଯୁକ୍ତ କରାଯାଇଛି। ସମ୍ବଲପୁର ଏସପି ବି.ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଜିଲ୍ଲା ଏସପି ଭାବେ ବଦଳି ହୋଇଛନ୍ତି। ମୁକେଶ କୁମାର ଭାମୁ ସମ୍ବଲପୁରର ନୂଆ ଏସପି ହେବେ । ନୀତିନ କୁଶଲକର କେନ୍ଦୁଝରର ନୂଆ ଏସପି ଭାବେ ଦାୟିତ୍ବ ନେବେ । ରିଷିକେଶ ଖିଲାରୀ ବଲାଙ୍ଗୀର ଏସପି ହୋଇଛନ୍ତି।

ଏ.ଏମ. ପ୍ରସାଦ ହୋଇଛନ୍ତି ସ୍ପେଶାଲ ଡିଜିପି ଏଚଆରପିସି । ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି କରାଯାଇଛି । ଆର.କେ. ଶର୍ମାଙ୍ ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ହୋଇଥିବାବେଳେ ସଞ୍ଜୟ କୁମାର ଆଇନ ଶୃଙ୍ଖଳା ଓ ଯୋଗାଯୋଗ ଅତିରିକ୍ତ ଡିଜି ହୋଇଛନ୍ତି । ଅମିତାଭ ଠାକୁର ହୋଇଛନ୍ତି ନୂଆ ପରିବହନ କମିଶନର । ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ହୋଇଥିବାବେଳେ ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ), ନରସିଂହ ଭୋଳ (ଅବକାରୀ କମିଶନର) ହୋଇଛନ୍ତି । ସେହିପରି ଆଶିଷ ସିଂ ଆଇଜିପି (ସିଆର) ହୋଇଥିବାବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ) ଓ ଅଖିଳେଶ୍ବର ସିଂ ହୋଇଛନ୍ତି ଡିଆଇଜି ଏସଆଇଡବ୍ଲୁ । ସିଏସ ମୀନା ଡିଆଇଜି କୋରାପୁଟ ଏସଡବ୍ଲୁଆର ଭାବେ ନିଯୁକ୍ତ ହୋଇଛନ୍ତି ।

Exit mobile version