Site icon ଆଜିକାଲି

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ, ବିଭିନ୍ନ ଅଞ୍ଚଳ ଜଳବନ୍ଦୀ

ମାଲକାନଗିରି : ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଜିଲ୍ଲାର ପ୍ରମୁଖ ସଡକରେ ବର୍ଷା ପାଣି ପ୍ରବାହିତ ହେଉଛି । ପୋଟେରୁ ବ୍ରିଜ ଉପରେ ତିନି ଚାରି ଫୁଟର ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରି ଓ ଜୟପୁର ମଧ୍ୟରେ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇଛି। ଏଣେ ଲଗାତର ବର୍ଷା ଯୋଗୁଁ ବୃଦ୍ଧି ପାଇଛି ବିଭିନ୍ନ ନଦୀର ଜଳସ୍ତର । ବର୍ଷା ପାଣିରେ ଜାତୀୟ ରାଜପଥ ନମ୍ବର ୩୨୬ ବୁଡି ଯାଇଥିବାରୁ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼କୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ପୋଟେରୁ କୋରକୋଣ୍ଡା ତର୍ଲାକୋଟା ପୋଲ ଉପରେ ପ୍ରବାହିତ ହେଉଛି ପାଣି । ବାଲିମେଳା ସହ ଅନ୍ୟ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ସତର୍କ ରହିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version