Site icon ଆଜିକାଲି

ମାଲକାନଗିରି : ଷ୍ଟ୍ରଙ୍ଗ ରୁମରେ ଓଟିଇଟି ପ୍ରଶ୍ନପତ୍ର, ବାହାରେ ବୁଲୁଛି ଉତ୍ତର

ମାଲକାନଗିରି: ସୋମବାର ରାଜ୍ୟବ୍ୟାପୀ ଓଟିଇଟି ପରୀକ୍ଷା ଆୟୋଜିତ ହୋଇଛି। ଶହ ଶହ ଶିକ୍ଷକ ଏହି ପରୀକ୍ଷା ଦେଉଛନ୍ତି। ସକାଳୁ ଏହି ପରୀକ୍ଷାର ପ୍ରଥମ ସିଟିଙ୍ଗ ଆରମ୍ଭ ହୋଇଥିଲା ଓ ଅପରାହ୍ନରେ ଦ୍ୱିତୀୟ ସିଟିଙ୍ଗ ଅଛି। ତେବେ ସବୁଠାରୁ ବଡ କଥା ହେଲା ପ୍ରଥମ ସିଟିଙ୍ଗ ଆରମ୍ଭ ହେବା ପୂର୍ବରୁ ଏହି ସିଟିଙ୍ଗର ଉତ୍ତର ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି।

ସୂଚନା ମୁତାବକ ୨୭ ତାରିଖ ଦିନ ଏହି ପ୍ରଶ୍ନ ପତ୍ର ଆସି କଡା ସୁରକ୍ଷା ମଧରେ ମାଲକାନଗିରି ବାଳିକା ଉଚ୍ଚବିଦ୍ୟାଳୟ ରେ ହୋଇଥିବା ଷ୍ଟ୍ରଙ୍ଗ ରୁମ ରେ ରହିଥିଲା । ତେବେ ଏହି ଷ୍ଟ୍ରଙ୍ଗ ରୁମ କୁ ମଧ୍ୟ ପୋଲିସ ଅଧିକାରୀ ଓ କିଛି ପ୍ରଶାସନିକ ଅଧିକାରୀ ଜଗି ବସିଥିଲେ । ତେବେ ସୋମବାର ସକାଳ ୬.୩୦ ରୁ ଏହା ଜିଲାରେ ଥିବା ୩ଟି ସେଣ୍ଟର କୁ ଯାଇଥିଲା । କିନ୍ତୁ ପରୀକ୍ଷା ହଲ ରେ ପରୀକ୍ଷାର୍ଥୀ ବାସୀ ପରୀକ୍ଷା ଦେବା ପୂର୍ବରୁ ଏହି ପରୀକ୍ଷାର ଉତର ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ତେବେ କଡା ସୁରକ୍ଷା ମଧ୍ୟରେ ଏହି ପ୍ରଶ୍ନ ଥିଲେ ମଧ୍ୟ ଏହାର ଉତ୍ତର କିପରି ବାହାରକୁ ଆସିଲା ସେ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେବା ସହ ଯେଉଁ ପରୀକ୍ଷାର୍ଥୀ ମାନେ କଷ୍ଟ କରି ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଚିନ୍ତା ଜୋର ଧରିଛି ।

Exit mobile version