Site icon ଆଜିକାଲି

ଲୋକେ ତିଆରି କଲେ ବାଉଁଶ ପୋଲ

କେନ୍ଦୁଝର, କେନ୍ଦୁଝର ସହର ଉପକଣ୍ଠ ସିରୀଶପାଳ ପଞ୍ଚାୟତ ସରାସ ନିକଟ ପୂର୍ଣ୍ଣଜଳ‌ କଲୋନିର ମୁଖ୍ୟରାସ୍ତା ଲଗାଣ ବର୍ଷାରେ ଧୋଇଯାଇଥିଲା। ଫଳରେ କଲୋନିରେ ରହୁଥିବା ୧୫ଟି ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଧୋଇ ଯାଇଥିବା ରାସ୍ତା ନିର୍ମାଣ ପାଇଁ ବ୍ଲକ୍‌ ପ୍ରଶାସନକୁ କଲୋନି ବାସିନ୍ଦା ଅନୁରୋଧ କରିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଆଜି ସ୍ଥାନୀୟ ଲୋକେ ଧୋଇ ଯାଇଥିବା ରାସ୍ତାରେ ବାଉଁଶ ଓ ପଟା ସାହାଯ୍ୟରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟ‌ାତ କରିଛନ୍ତି।

Exit mobile version