Site icon ଆଜିକାଲି

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ମନ କି ବାତ କାର୍ଯ୍ୟକ୍ରମ


କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କେନ୍ଦୁଝର ସହରର ବିଭିନ୍ନ ୱାର୍ଡ ତଥା ବୁଥ ସ୍ଥରରେ ମଧ୍ୟ ମନ କି ବାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଟିଭି ପରଦା ମାଧ୍ୟମରେ ସିଧା ପ୍ରସାରଣ ଦ୍ଵାରା ଏହି କାର୍ଯ୍ୟକ୍ରମକୁ ଦେଖିଥିଲେ ଲୋକମାନେ ।

କେନ୍ଦୁଝର ନଗର ମଣ୍ଡଳର ୧୪ ନଂବର ୱାର୍ଡ ରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ରେ ନଗରପାଳ ନିକୁ ସାହୁ ଉପସ୍ଥିତ ରହିଥିଲେ । ସେହିପରି ପାଟଣା ନିର୍ବାଚନମଣ୍ଡଳୀର କଣ୍ଟିଆପଡା ପଂଚାୟତର ୧୧୬ନଂବର ବୁଥର ବଲାଣିପସି ଗ୍ରାମରେ ମଧ୍ୟ ମନ କି ବାତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବିରଜା ମିଶ୍ର, ସୁବ୍ରତ ମହାନ୍ତି, ଅଖିଳ ନାଏକ, ସତ୍ୟବ୍ରତ ନାଏକ, ଗୌତମ ନାଏକ, କମଳାକାନ୍ତ ଦାସ ତଥା ବହୁ ମାନ୍ୟଗନ୍ୟ ନେତା ତଥା ସାଧାରଣ ଜନତା ଉପସ୍ଥିତ ଥିଲେ ।

Exit mobile version