Site icon ଆଜିକାଲି

ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ । ସେ ଲେଖିଛନ୍ତି ଆସନ୍ତା ମାର୍ଗଶିର ପ୍ରଥମ ଗୁରୁବାର ଅର୍ଥାତ୍ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବାକୁ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେଇଛନ୍ତି । ପରିବେଶ ଓ ସ୍ୱାସ୍ଥ୍ୟପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ୟବହାର ଏହାର ମୂଳ ଲକ୍ଷ୍ୟ ବୋଲି ଲେଖିଛନ୍ତି ଶ୍ରୀ ପାଢୀ ।

Exit mobile version