Site icon ଆଜିକାଲି

ଗୀତରେ ମାଣ୍ଡିଆ ମହିମା, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁଛନ୍ତି ଓଡିଶା ମିଲେଟ ମିଶନ । ସବୁ ପ୍ରକାର ଜଳବାୟୁରେ ହୋଇପାରୁଥିବା ପୁଷ୍ଟିକର ମାଣ୍ଡିଆ ଚାଷକୁ ଲୋକପ୍ରିୟ କରିବା ପାଇଁ ଏକ ସୁନ୍ଦର ଗୀତ ପ୍ରସ୍ତୁତ କରାଯାଇଛି । କୃଷି ବିଭାଗ ଓ ଗ୍ରାମି ପୁରସ୍କାର ବିଜେତା ରିକି କେଜ୍ ମିଳିତ ଭାବେ ଏହି ଗୀତ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିଡିଓ ଗୀତକୁ ଟୁଇଟରରେ ପୋଷ୍ଟ କରି କୃଷି ବିଭାଗ ଓ ରିକି କେଜଙ୍କୁ ଧନ୍ୟବାଦ ଦେଇଛନ୍ତି।

Exit mobile version