Site icon ଆଜିକାଲି

କେନ୍ଦୁଝର ରେ ଆରମ୍ଭ ହେଲା ଆମ୍ବ ମହୋତ୍ସବ,ଗାଁ ଆମ୍ବ ପସରା ଷ୍ଟଲ ଉଦ୍ଘାଟନ



କେନ୍ଦୁଝର,୧୬/୫- କେନ୍ଦୁଝର ଠାରେ ମଙ୍ଗଳବାର ପୂର୍ବାହ୍ନରେ ଆମ୍ବ ମହୋତ୍ସବର ଗାଁ ଆମ୍ବ ପସରା ଷ୍ଟଲ ଉଦ୍ଘାଟନ ହୋଇଯାଇଛି। କେନ୍ଦୁଝର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମୁଖରେ ଏହି ଷ୍ଟଲ ଖୋଲାଯାଇଛି।

ମିଶନ ଶକ୍ତି ଏବଂ ଓରମାସ ସହଯୋଗୀତାରେ ଏହି ଷ୍ଟଲ ଖୋଲିଥିବାବେଳେ ଷ୍ଟଲ ରେ ତେଲକୋଇ ,ଘଟଗାଁ,ବଂଶପାଳ ଏବଂ ହରିଚନ୍ଦନପୁର ବ୍ଲକର ଆମ୍ବ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଆମ୍ରପଲି,ଦଶେରୀ,ଲେଙ୍ଗଡ଼ା, ହେମସାଗର,ଖିରାସ।ଗର ସମେତ ଅନ୍ୟାନ୍ୟ ଭଲ କିଶ ମର ଆମ୍ବ ଏହି ଷ୍ଟଲରେ ଉପଲବ୍ଧ ହେଉଛି।

ଗଛ ପାଚିଲା ଭଳିକିଭଳି ପାଚିଲା ଗାଁ ଆମ୍ବ କିଣିବାକୁ ଗହଳି ଲାଗିଥିବା ବେଳେ ଆମ୍ବ ଚାଷୀ, ମିଶନ ଶକ୍ତି ମା ମାନେ ଆମ୍ବ ବିକ୍ରିକରି ଭଲ ରୋଜଗାର କରିବେ ବୋଲି କୁହାଯାଉଛି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ୬/୭ ବ୍ଲକ ର ପାଖାପାଖି ୪୦୦୦ ହେକ୍ଟର ଜମିରେ ଆମ୍ବଚାଷ ହୋଇଥାଏ। ଗତ ବର୍ଷ ଭଲ ଆମ୍ବ ହୋଇନଥିଲା। କିନ୍ତୁ ଏବର୍ଷ ଭଲ ଅମଳ ହେବ ଏବଂ ଚାଷୀ ଭଲ ରୋଜଗାର କରିବେ ବୋଲି ଆଶା କରାଯାଉଛି। ମଙ୍ଗଳ ବାର ଆମ୍ବ ମହୋତ୍ସବ ଗାଁ ଆମ୍ବ ପସରା ଷ୍ଟଲ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ,ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ,ଓରମାସ ଉପ ନିର୍ଦ୍ଦେଶକ ସପନ ଗୋସ୍ୱାମୀ ଙ୍କ ସମେତ ବିଭିନ୍ନ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି,ଜନସାଧାରଣ ଉପସ୍ଥିତ ଥିଲେ।

Exit mobile version