Site icon ଆଜିକାଲି

ବରଗଡ଼ ଜିଲାରେ ମାଓ ପୋଷ୍ଟର, ସହିଦ ଦିବସ ପାଳନ କରିବା ନେଇ ହୋଇଛି ଉଲ୍ଲେଖ

ବରଗଡ଼ : ଦୀର୍ଘଦିନର ନିରବତା ପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ତଥା ପାଇକମାଲ ବ୍ଳକ ଜାମସେଠ ଅଞ୍ଚଳରେ ମାଓ ପୋଷ୍ଟର ଦେଖ‌ିବାକୁ ମିଳିଛି। ଜାମସେଠ ଗ୍ରାମର ବସଷ୍ଟାଣ୍ଡ ନିକଟ ଆରଡି ବିଭାଗ ଅଧୀନରେ ଥ‌ିବା ବୁଲାଣି ରାସ୍ତାରେ ଦୁଇଟି ହାତଲେଖା ଓଡ଼ିଆ ଓ ହିନ୍ଦୀ ଭାଷାରେ ମାଓ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ମାଓବାଦୀ ମାନେ ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତି ଗ୍ରାମରେ ସହିଦ ଦିବସ ପାଳନ କରିବାକୁ ଜନସାଧାରଣଙ୍କୁ କୁହାଯାଇଥିବା ଉଲ୍ଲେଖ କରାଯାଉଛି। ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ ଏହା ବଲାଙ୍ଗୀର-ବରଗଡ଼- ମହାସମୁନ୍ଦ ଡିଭିଜନ ସହିତ ଭା-କ-ପା ମାଓବାଦୀ ଲେଖାହୋଇଛି । ତେବେ ମାଓ ପୋଷ୍ଟର ଲାଗିବା ପରେ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Exit mobile version