Site icon ଆଜିକାଲି

ସ୍ଥିତି ଜାହିର କଲେ ମାଓବାଦୀ, ଉଲିଙ୍ଗିଆ ରାସ୍ତାରେ ଲାଗିଛି ପୋଷ୍ଟର

ଭଞ୍ଜନଗର : କିଛି ଦିନର ନୀରବତା ପରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ । ରାସ୍ତା କଡ଼ରେ ଲାଗିଛି ମାଓ ପୋଷ୍ଟର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ଉଲିଙ୍ଗିଆ ରାସ୍ତା ନିକଟରେ ଲାଗିଛି ପୋଷ୍ଟର ।

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଉଲିଙ୍ଗିଆ ରାସ୍ତା ନିକଟରେ ଏକ ମାଓ ପୋଷ୍ଟର ମରାଯାଇଥିବାର ଲୋକେ ଦେଖିଥିଲେ ।ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ତେବେ ପୋଷ୍ଟରରେ ରାସ୍ତା କାମକୁ ବିରୋଧ ଏବଂ ପୋଲିସ ଇନ୍‌ଫର୍ମକୁ ସତର୍କ କରାଯାଇଛି । ତେବେ ପୋଷ୍ଟର ମରାଯିବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କିଛି ଦିନ ଧରି ମାଓବାଦୀଙ୍କ କାର୍ଯ୍ୟକଳାପ ଠପ୍‌ ଥିଲା । କିନ୍ତୁ ଏବେ ଏପରି ପୋଷ୍ଟର ମରାଯିବା । ଯାହାକି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇଛି ।

Exit mobile version