Site icon ଆଜିକାଲି

ଟ୍ରୋଲ୍‌ ପରେ ନିରବତା ଭାଙ୍ଗିଲେ ମାର୍ଶ, ‘ଅସମ୍ମାନିତ କଲା ପରି କିଛି ନାହିଁ’

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ-୨୦୨୩ର ଫାଇନାଲ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟ୍ରାଭିସ୍ ହେଡଙ୍କ ଶତକୀୟ ଇନିଂସ ବଳରେ ଫାଇନାଲରେ ଅତି ସହଜରେ ଜିତିଥିଲା ଅଷ୍ଟ୍ରେଲିଆ। ହେଲେ ବିଜୟ ପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ଶଙ୍କ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ଼ ରଖିଛନ୍ତି ମାର୍ଶ। ଯାହା ଲକ୍ଷ ଲକ୍ଷ କ୍ରିକେଟ୍‌ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ମିଚେଲଲ ମାର୍ଶଙ୍କୁ ଟ୍ରୋଲର ମଧ୍ୟ ସାମ୍ନା କରିବାକୁ ପଡିଛି। ବିବାଦ ବଢିବା ପରେ ଏନେଇ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ମାର୍ଶ।

ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିରେ ପାଦ ଦେବା ନେଇ ଉପୁଜିଥିବା ବିବାଦର ୧୨ ଦିନ ପରେ ସ୍ପଷ୍ଟୀକରଣ ରଖିଛନ୍ତି। ସେହି ଫଟୋରେ ଅସମ୍ମାନ ହେବାପରି ପ୍ରସଙ୍ଗ ନଥିଲା। ମୁଁ ଏହା ବିଷୟରେ ଅଧିକ ଚିନ୍ତା କରି ନାହିଁ, ସୋସିଆଲ ମିଡିଆରେ ମୁଁ ଏହାକୁ ଅଧିକ ଦେଖେ ନାହିଁ, ଯଦିଓ ସମସ୍ତେ ମୋତେ କୁହନ୍ତି ଏହା ଗାଏବ ହୋଇଯାଇଛି। ଏମିତି କିଛି ବି ନୁହେଁ ।

Exit mobile version