Site icon ଆଜିକାଲି

ଓଟିଇଟି ପାସ୍‌ କରିଥିବା ଗଣଶିକ୍ଷକ ମାନେ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ, ପାସ୍‌ କରି ନ ଥିବା ଗଣଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଓଟିଇଟି ପାସ କରିଥିବା ଗଣଶିକ୍ଷକ ମାନଙ୍କୁ ଏମ୍ଏଡ ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ। ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେଲେ ।

ସେହିପରି ଓଟିଇଟି ପାସ କରିନଥିବା ଗଣଶିକ୍ଷକମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେଲେ ।

ଏହାସହିତ ଯେଉଁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନ୍‌କ୍ରିମେଣ୍ଟ ମିଳୁ ନାହିଁ, ସେମାନଙ୍କ ମଧ୍ୟରୁ ଓଟିଇଟି ପାସ କରିଥିବା ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯିବ । ଏହାଦ୍ୱାରା ୯୫୨୦ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଉପକୃତ ହେବେ ।

Exit mobile version