Site icon ଆଜିକାଲି

ମାଟ୍ରିକ ଖାତା ଦେଖା ଶେଷ, ମେ’ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି। ଏପ୍ରିଲ ୩ ତାରିଖରେ ଆରମ୍ଭ ହୋଇଥିଲା ଖାତା ଦେଖା। ନିର୍ଦ୍ଧାରିତ ୧୨ ଦିନ ଅବଧି ମଧ୍ୟରେ ଖାତା ଦେଖା ଶେଷ ହୋଇଛି। ଖାତା ଦେଖା ପରେ ଏବେ ପ୍ରୋସେସିଂ ଓ ଟାବୁଲେସନ ହେବ ।

ମାଟ୍ରିକ ଖାତା ଦେଖା ପାଇଁ ୧୩ ହଜାର ଶିକ୍ଷକ ନିୟୋଜିତ ହୋଇଥିଲେ । ମାଟ୍ରିକ ପରୀକ୍ଷା ଫଳ ମେ’ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

Exit mobile version