Site icon ଆଜିକାଲି

ଆସନ୍ତା ୧୮ ତାରିଖରେ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ତାରିଖ ସକାଳ ୧୦ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଦିନ ୧୨ଟାରେ ଅନଲାଇନରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ ।

ଉଭୟ ୱେବସାଇଟ୍ ଓ ଏସଏମଏସ ମାଧ୍ୟମରେ ମିଳିବପାରିବ ପରୀକ୍ଷା ଫଳ । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଛାତ୍ରଛାତ୍ରୀମାନେ OR10 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରରେ ଏସଏମ ଏସ କଲେ ପରୀକ୍ଷା ଫଳ ମିଳିପାରିବ । ଅଭିଯୋଗ ପାଇଁ ୭ଦିନ କଣ୍ଟ୍ରୋଲ ରୁମ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

Exit mobile version