Site icon ଆଜିକାଲି

ମାଟ୍ରିକ ପରୀକ୍ଷା ସୂଚୀ ଜାରି, ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ

କଟକ- ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରୀ ୨୦ତାରିଖରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ । ମାଧ୍ୟମିକ ଶିକ୍ଷା ବୋର୍ଡ – ବିଏସଇ ପକ୍ଷରୁ ଆଜି ପରୀକ୍ଷା ସୂଚୀ ଜାରି କରାଯାଇଛି। ଫେବ୍ରୁଆରୀ ୨୦ ତାରିଖ ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା ହେବ । ୨୩ରେ ଇଂରାଜୀ, ୨୬ରେ ଗଣିତ

୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ଏଥର ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୨ ହଜାର ୯୯୧ କେନ୍ଦ୍ରରେ ପରୀକ୍ଷା ଦେବେ ‌। ଆଜି ବିଏସଇ ସଭାପତି ରାମାଶିଷ ହାଜରା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହେବ ।

Exit mobile version