Site icon ଆଜିକାଲି

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତାଦେଖା। ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗତକାଲିଠାରୁ ହିଁ ପହଞ୍ଚି ଯାଇଛନ୍ତି । ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏଥର ଖାତା ଦେଖିବେ । ଏ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୂଲ୍ୟାୟନ ପ୍ରକ୍ରିୟା ୧୨ ଦିନ ଯାଏଁ ଚାଲିବ ।

ସୂଚନା ଯେ,, ମାର୍ଚ୍ଚ ୧୦ରୁ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇ ୨୦ରେ ଶେଷ ହୋଇଥିଲା। ରାଜ୍ୟରେ ୫ ଲକ୍ଷ ୪୧ ହଜାର ୨୪୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୂଲ୍ୟାୟନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ବୋର୍ଡ ପକ୍ଷରୁ ଚିଠି କରାଯାଇଥିଲା। ତଦନୁଯାୟୀ ଅନ୍‌ଲାଇନରେ ନମ୍ବର ଅପ୍‌ଲୋଡ କରିବାକୁ ଆବଶ୍ୟକ ମୁତାବକ ଡାଟା ଏଣ୍ଟ୍ରି ଅଫିସର୍‌ ନିୟୋଜିତ କରାଯିବା ସହ ପ୍ରତି କେନ୍ଦ୍ରରେ ୬ଟି କମ୍ପ୍ୟୁଟର ବ୍ୟବସ୍ଥା ହୋଇଛି। ଶିକ୍ଷକମାନଙ୍କ ନିମନ୍ତେ ପାନୀୟ ଜଳ, ବିଦ୍ୟୁତ୍‌ ଏବଂ ରହଣିର ସୁବିଧା କରାଯାଇଛି।

Exit mobile version