Site icon ଆଜିକାଲି

ଆଜି ସରିବ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର : ଆଜି ସରୁଛି ମାଟ୍ରିକ୍ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ । ସେଣ୍ଟର ଗୁଡ଼ିକରେ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ବିଷୟରେ ଭଲ ମାର୍କ ରଖିବା ପାଇଁ ଅଧିକ ସୁଯୋଗ ରହିଥାଏ ।

ଆଉ କିଛି ଛାତ୍ର/ଛାତ୍ରୀଙ୍କ ପାଇଁ ବୋଝ ସଦୃଶ୍ୟ ହୋଇଥାଏ ଗଣିତ ପରୀକ୍ଷା । ତେଣୁୁଚାପମୁକ୍ତ ହୋଇ ପରୀକ୍ଷାକେନ୍ଦ୍ରକୁ ଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଆଯାଇଛି । ପରୀକ୍ଷା ହଲରେ ସବୁଠୁ ବଡ଼ କଥା ହେଉଛି ସମୟର ସଠିକ୍ ଉପଯୋଗ କରିବା । ସଂକ୍ଷିପ୍ତ ପ୍ରଶ୍ନ ଓ ଦୀର୍ଘ ପ୍ରଶ୍ନ ପାଇଁ ପ୍ରଥମରୁ ସମୟ ସ୍ଥିର କରିଦେବାକୁ ପରାମର୍ଶ ଦିଆଯାଇଛି ।

Exit mobile version