Site icon ଆଜିକାଲି

ଆସନ୍ତା ୩ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର : ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ଅପ୍ରେଲ ୩ ତାରିଖରୁ ଆରମ୍ଭ ହେବ ଖାତାଦେଖା । ମୋଟ ୫୬ଟି କେନ୍ଦ୍ରରେ ଏହି ଖାତା ଦେଖା ହେବ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ସେ କହିଛନ୍ତି ଯେ, ପରୀକ୍ଷାରେ କିଛି ତ୍ରୁଟି ଦେଖାଯାଇଥିଲେ ସୁଦ୍ଧା ସୁରୁଖୁରୁରେ ପରୀକ୍ଷା ସରିଛି । ଏଥର ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ ବୋଲି ବୋର୍ଡ ସଭାପତି କହିଛନ୍ତି ।ସେପଟେ ଆଜି ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ଦିଆଯାଇଥିଲା ।ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିଲେ । ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା । ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲେ । ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା ।ସେହିପରି ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଗତ ୧୦ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ।

Exit mobile version