Site icon ଆଜିକାଲି

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ: ପାସ୍ ହାର ୯୬.୦୭ ପ୍ରତିଶତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ (ମାଟ୍ରିକ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ। ଏଥର ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ କରିଛନ୍ତି। ଏଥିର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯ ପ୍ରତିଶତ। ଏଣେ ଛାତ୍ରୀମାନଙ୍କ ପାସ୍ ହାର ହେଲା ୯୬.୭୩ ପ୍ରତିଶତ। ରବିବାର ସକାଳ ସାଢେ ୧୦ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ମାଟ୍ରିକ୍‌ ସହ ମଧ୍ୟମା (ସଂସ୍କୃତ ଟୋଲ୍‌) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ପ୍ରଥମ)ର ଫଳାଫଳ ପ୍ରକାଶ କରାଯାଇଛି। ମାଟ୍ରିକ, ମାଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ରବିବାର ସକାଳ ୧୧ଟା ୩୦ରେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ଉପଲବ୍‌ଧ ହୋଇଛି। ଯେଉଁ ସ୍ଥାନ‌ରେ ଇଣ୍ଟରନେଟ୍‌ ସୁବିଧା ନାହିଁ, ସେସବୁ ସ୍ଥାନରେ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ OR10 ଟାଇପ୍‌ କରି ମୋବାଇଲ୍ ନଂ ୫୬୭୬୭୫୦ କୁ ଏସ୍‌ଏମ୍‌ଏସ୍‌ କରି ପରୀକ୍ଷାଫଳ ପାଇପାରିବେ। ଦିନ ୧୨ଟା ୩୦ ପରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍‌ ରେଜିଷ୍ଟର୍‌(ନମ୍ବର) ସ୍କୁଲରୁ ମିଳିବ।

Exit mobile version