Site icon ଆଜିକାଲି

ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ‌ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ

କଟକ : ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ୧ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୪୩୩ ଜଣ ପାସ କରିଛନ୍ତି । ୩୬୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ।

ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ଫଳ (ଦ୍ୱିତୀୟ ) ବି ଆଜି ପ୍ରକାଶ ପାଇଛି । ମୋଟ ୮ ହଜାର ୯୨୦ ଛାତ୍ରଛାତ୍ରୀ ଏଥର ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ତେବେ,୫୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିଲେ ।କପି କରୁଥିବା ୪୯ ଜଣଙ୍କୁ ପରୀକ୍ଷାର୍ଥୀଙ୍କୁ ଧରା ଯାଇଥିବା ବେଳେ ଏଥର ୬ ହଜାର ୭୭୮ ଜଣ ପାସ୍ କରିଛନ୍ତି। ଉଭୟ ପରୀକ୍ଷା ଫଳ ବୋର୍ଡ ୱେବସାଇଟ୍ bseodisha.ac.in ରେ ଉପଲବ୍ଧ ହେଉଛି ।

Exit mobile version