Site icon ଆଜିକାଲି

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର – ଆଜିଠାରୁ ଆରମ୍ଭ ହେଉଛି ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ମଧ୍ୟମା ଓ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆଜିଠୁ ଆରମ୍ଭ ହେବ । ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୫୪ଟି କେନ୍ଦ୍ରରେ ୧୫ ହଜାରରୁ ଅଧିକ ଶିକ୍ଷକ ଖାତା ଦେଖାରେ ନିୟୋଜିତ ହେବେ । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ଓ ସର୍ବାଧିକ ୧୩ଟି ୟୁନିଟ ରହିଛି । ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକଙ୍କୁ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି । ୧୫ ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version