Site icon ଆଜିକାଲି

ଶ୍ରମିକ ଦିବସରେ ପରିମଳ କର୍ମୀଙ୍କୁ ସମ୍ବର୍ଦ୍ଧିତ ଦେଲେ ନଗରପାଳ

କେନ୍ଦୁଝର, (ନିପ୍ର) କେନ୍ଦୁଝର ପୌରାଞ୍ଚଳ ବିଭିନ୍ନ ୱାର୍ଡ ପରିମଳ ଦାଇତ୍ୱ ତୁଲାଉଥିବା କର୍ମୀଙ୍କୁ ଶ୍ରମିକ ଦିବସରେ ନଗରପାଳ ନିକୁ ସାହୁ ସମ୍ବର୍ଦ୍ଧିତ କରିଛନ୍ତି l ସୋମବାର କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନଗରପାଳ ଯୋଗ ଦେଇ ବାସ୍ତବରେ ସ୍ୱଚ୍ଛ କର୍ମଚାରୀମାନେ ଜନସାଧାରଣଙ୍କ ସେବା ଯୋଗାଇବା ପାଇଁ ମହତ କାର୍ଯ୍ୟକୁ ନିରନ୍ତର ଭାବେ କରି ଆସୁଛନ୍ତି l ପରିବେଶ ସୁରକ୍ଷା ଦିଗରେ ୨୪ ଘଣ୍ଟା କାମ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଏମାନେ l ନିଜ ପରିବାରକୁ ପଛରେ ପକାଇ ସମାଜ ଦାଇତ୍ୱ ତୁଲାଇ ଆସୁଛନ୍ତି l ସକାଳୁ ରାତି ପର୍ଯ୍ୟନ୍ତ ଘର ଦ୍ୱାର ପିଲା ଛୁଆ ଛାଡ଼ି ପରିମଳ ଦାଇତ୍ୱ ତୁଲାଇବାହେତୁ ଏକ ସୁସ୍ଥ ପରିବେଶ ପ୍ରଦାନ କରୁଛନ୍ତି । ବାସ୍ତବରେ ସେମାନଙ୍କ କର୍ତ୍ତବ୍ୟ ଆଗରେ ଆମର ମୁଣ୍ଡ ତଳକୁ ହୋଇଯାଉଛି l ଆଜିର ଏହି ପବିତ୍ର ଦିବସରେ ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ଆବଶ୍ୟକ ଥିଲା ବୋଲି ନିକୁ କହିଛନ୍ତି l ଏହି ଦିବସରେ ସମସ୍ତ କର୍ମଚାରୀଙ୍କୁ ନିଜର ଦରମା ଟଙ୍କାରେ ନୂତନ ବସ୍ତ୍ର ପିନ୍ଧାଇ ଓ ଫୁଲ ଦେଇ ସ୍ୱଚ୍ଛ କର୍ମଚାରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ ନଗରପାଳ l ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳର ସମସ୍ତ କାଉନସିଲର ସହଯୋଗ କରିଥିଲେ l ପୌରାଞ୍ଚଳର ପ୍ରାୟ ୨ ଶହ ସ୍ୱଚ୍ଛ କର୍ମଚାରୀ ସାମିଲ ହୋଇ ବିଭିନ୍ନ ସମସ୍ୟା ପରିଷଦ ଆଗରେ ରଖିଥିଲେ l କେନ୍ଦୁଝରରେ ଏହି ନିଆରା କାର୍ଯକ୍ରମ ପ୍ରଥମ ଥର ପାଇଁ ହୋଇଥିବାରୁ କର୍ମଚାରୀମାନେ ଉତ୍ସାହିତ ହୋଇପଡ଼ିଥିଲେ l

Exit mobile version