Site icon ଆଜିକାଲି

ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ

ବାରିପଦା : ବିଶ୍ୱର ସମ୍ମାନ ଜନକ ତଥା ପ୍ରମୁଖ ‘ଟାଇମ’ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ। ମାଗାଜିନ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ବେଲଗଡ଼ିଆ ରାଜପ୍ରସାଦ, ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ ଓ କଳାବାଘ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ ଡକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ଉଲ୍ଲେଖ ରହିଛି। ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା କୁମାରୀ ମଞ୍ଜରୀ ଭଞ୍ଜଦେଓ ଏହି ଖବର ଟ୍ୱିଟ ମାଧ୍ୟମରେ ଜଣାଇ ଖୁସି ପ୍ରକାଶ କରିଛନ୍ତି।

Exit mobile version