Site icon ଆଜିକାଲି

ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର :ବାଲେଶ୍ବର ଜିଲା ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ରଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ର ହିତେଷ୍ଣୁ ଦାସ(୨୨) ବୋଲି ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନା ଯେ, ହିତେଷ୍ଣୁ ଫକୀରମୋହନ ମେଡିକାଲ କଲେଜର ପୁରୁଷ ଛାତ୍ରାବାସର ୩ ନମ୍ବରରେ ରୁମରେ ରହୁଥିଲେ। ଗତକାଲି ରାତିରେ ସେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରାତି ସାଢ଼େ ୩ଟା ବେଳେ ସେହି କ୍ୟାମ୍ପସର ୩ଜଣ ଛାତ୍ର ବାଲେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ହିତେଷ୍ଣୁଙ୍କ ମୃତଦେହ ୫ ମହଲାବିଶିଷ୍ଟ ଏକାଡେମିକ ବିଲ୍ଡିଂ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୁଲିସକୁ ଖବର ଦେଇଥିଲେ।

Exit mobile version