Site icon ଆଜିକାଲି

କ୍ୟାପିଟାଲ ହସ୍ପିଟାଲ ପରିସରରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ‘ମେଡିକୋ-ଲିଗାଲ ଫ୍ୟାସିଲିଟେସନ କେନ୍ଦ୍ର’ ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା କ୍ୟାପିଟାଲ ଥାନା ଫାଣ୍ଡିରେ ଏକ “ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ର” ର ଶୁଭାରମ୍ଭ କରାଯାଇଛି । ଏଥିରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲର ଡାଇରେକ୍ଟର, ଡକ୍ଟର ଏଲ. ଡି. ସାହୁ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଅତିରିକ୍ତ ପୋଲିସ କମିଶନର ଡକ୍ଟର ଉମାଶଙ୍କର ଦାଶ, ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ବିଭିନ୍ନ ସମୟରେ ଦେଖାଯାଇଛି ଯେ, ମେଡିକୋ-ଲିଗାଲ୍ କେସରେ ଦୁର୍ଘଟଣା କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କର ନିକଟ ସମ୍ପର୍କୀୟ ପ୍ରାଣ ହରାଇଥିବା ସମୟରେ ସେମାନଙ୍କର ଶବ ବ୍ୟବଛେଦ ସମୟରେ ବିଭିନ୍ନ ସମସ୍ଯା ଉପୁଜିଥାଏ । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୋଲିସ ତରଫରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ “ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ର” ଖୋଲା ଯାଇଅଛି । ଏଠାକୁ ସମସ୍ଯା ନେଇ ଆସୁଥିବା ବ୍ୟକ୍ତି ମାନଙ୍କୁ ସମସ୍ତ ସୁବିଧା ଅତି କମ ସମୟରେ କିପରି ଯୋଗାଇ ଦିଆ ଯାଇପାରିବ ସେଥି ପ୍ରତି ବିଶେଷ ଗୁରୁତ୍ବ ଦିଆଯିବ ।

Exit mobile version