Site icon ଆଜିକାଲି

ଉତ୍କଳମଣିଙ୍କ ଜନ୍ମପୀଠ ପରିଦର୍ଶନ କଲେ ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ର ସଦସ୍ୟବୃନ୍ଦ

ବାଲେଶ୍ୱର : ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ବାଲେଶ୍ୱର ଶାଖାର ସଦସ୍ୟ/ସଦସ୍ୟା ମାନେ ୮ତାରିଖ ଦିନ ପୁରୀ ଜିଲ୍ଲା ସୁଆଣ୍ଡୋ ରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି” । ଦୈନିକ ଖବର କାଗକ ‘ଆଜିକାଲି’ର ପରିଚାଳନା ସମ୍ପାଦକ ତଥା ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ସମେତ ୪୭ ଜଣ ସଦସ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଜନ୍ମ ପୀଠରେ ପହଞ୍ଚି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହି ଅବସରରେ ସେଠାରେ ଶ୍ରୀ ମହାନ୍ତି ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ । ଭୁବନେଶ୍ୱରରୁ ସୀତା ବଲ୍ଲଭ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ ଓ ସମାଜସେବା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଗୋପବନ୍ଧୁଙ୍କ ଅଣନାତି ରବୀନ୍ଦ୍ର ନାଥ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ସୁଆଣ୍ଡୋ ଅଞ୍ଚଳର ଅଧ୍ୟାପକ ଶରତ ଚନ୍ଦ୍ର ରଥ, ପରିଷଦର ସମ୍ପାଦକ ଆଇନଜୀବି ପୁରୁଷୋତ୍ତମ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ପ୍ରତି ଗୋପବନ୍ଧୁଙ୍କ ଅବଦାନ ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତ ମହାପାତ୍ର, ଶୁଭେନ୍ଦୁ କୁମାର ପଟ୍ଟନାୟକ, ପ୍ରଜ୍ଞା ପାରମିତା ବିଶ୍ୱାଳ, ଭାବଗ୍ରାହୀ ମହାନ୍ତି, ଡ.ରମାକାନ୍ତ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପର୍ଶୁରାମ ଦ୍ୱିବେଦୀ, ପ୍ରତାପ ଚନ୍ଦ୍ର ମହାନ୍ତି, ପ୍ରତାପ ପଣ୍ଡା, ଗୌରୀ ବାରିକ୍‌, ସୁଶିଲ ଦତ୍ତ, ବୀରେନ୍ଦ୍ର ଜେନା, ସୌରୀ ଶଙ୍କର ପରିଡ଼ା, ସେକ ସାଇରୁଲ ହକ୍ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଭାପରେ ପରିଷଦର ସଦସ୍ୟ ମାନେ ସଂଗ୍ରହାଳୟ, ଷଠିଘର ବୁଲି ଦେଖିବା ସହ କର୍ମଭୂମି ସତ୍ୟବାଦୀ ଯାଇଥିଲେ ।

Exit mobile version