Site icon ଆଜିକାଲି

ପ୍ରଭୁ ବଳଦେବ ଜୀଉ ଙ୍କ ରଥଯାତ୍ରାରେ ମହିଳା ମାନଙ୍କୁ ରଥ ଟାଣିବା ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯାଉ!

କେନ୍ଦୁଝର, (ନିପ୍ର) କେନ୍ଦୁଝର ଆରଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଘୋଷ ଓ ବାହୁଡାରଥଯାତ୍ରାରେ ମହିଳା ମାନଙ୍କୁ ସ୍ବତନ୍ତ୍ର ସ୍ଥାନ ଦିଆଯିବାକୁ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି। ଜିଲ୍ଲାର ଐତିହ୍ୟ ସଂସ୍କୃତି ସମସ୍ତଙ୍କ ଭାବାବେଗ ଜଡିତ ରହିଛି। କେନ୍ଦୁଝର ରେ ବଡଯାତ୍ରା ହେଉଛି ରଥ ଯାତ୍ର। ଏହି ଅବସର ରେ ପ୍ରତ୍ୟେକ ବର୍ଷ ଜିଲ୍ଲାବାସୀ ଆଗ୍ରହ ଏବଂ ବ୍ୟଗ୍ରତାର ସହ ରଥଯାତ୍ରା କୁ ଅପେକ୍ଷା କରିଥାନ୍ତି। ଏଣୁ ପବିତ୍ର ଘୋଷଯାତ୍ରା ଏବଂ ବାହୁଡାଯାତ୍ରା ରେ ମହିଳା ମାନଙ୍କୁ ରଥଟାଣିବା ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯିବାକୁ ଦାବି ହୋଇଛି। ଆଜି କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ପୂର୍ବତନ କେନ୍ଦୁଝର ପୈାରପାଳିକା ଅଧ୍ୟକ୍ଷା ମୀନା ମାଝୀ,୧୩ନଂ କାଉଁସିଲର କେକି କାକଳି କୁମୁରା,ସୁରଥି ଘଣା,ପଙ୍କଜିନୀ ମହାନ୍ତ,ପୁନମ କୁମମୱା,ମମତାରାଣୀ ମହାନ୍ତି ପ୍ରମୁଖ ବହୁ ମହିଳା ସାମିଲ ହୋଇ ଦାବି ଜଣାଇଛନ୍ତି।

Exit mobile version