Site icon ଆଜିକାଲି

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍, ଲୋକ ପାଇଲଟଙ୍କ ବୁଦ୍ଧିରୁ ବର୍ତ୍ତିଗଲା ଅଘଟଣ

ବାଲେଶ୍ୱର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍। ନୀଳଗିରି ରୋଡ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଅଟକିଲା ଟ୍ରେନ। ଲୋକୋ ପାଇଲଟର ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ।ଖବର ଅନୁଯାୟୀ, ଭଦ୍ରକରୁ ଖଡଗପୁର ଯାଉଥିଲା ମେମୁ ଟ୍ରେନ। ରେଳ ଲାଇନରେ କାମ ଚାଲୁଥିବା ବେଳେ ପଶିଆସିଲା ମେମୁ ଟ୍ରେନ। ଲୋକୋ ପାଇଲଟର ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ। ତେବେ ଏହି ଦୁର୍ଘଟଣା ଲାଗି ନୀଳଗିରି ରୋଡ ଷ୍ଟେସନରେ ଏକ ଘଣ୍ଟା ଅଟକି ରହିଲା ରାଜଧାନୀ ଏକ୍ସପ୍ରେସ । ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିଲା ରାଜଧାନୀ ଏକ୍ସପ୍ରେସ।

Exit mobile version