Site icon ଆଜିକାଲି

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ; ୧୦ ଡିଗ୍ରୀ ତଳେ ୬ ସହରର ପାରଦ

ଭୁବନେଶ୍ୱର : ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୬ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ସେହିପରି ୧୫ ଡିଗ୍ରୀ ତଳେ ରହିଛି ୨୩ ସହରର ତାପମାତ୍ରା ।

ଗତ ୨୪ ଘଣ୍ଟା ମଧ୍ୟରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୮.୫, କିରେଇ ଓ ସେମିଳିଗୁଡ଼ାରେ ୮.୭, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬, ରାଉରକେଲାରେ ୯.୭ ଡିଗ୍ରି, କେନ୍ଦୁଝରରେ ୧୦.୪, ସୁନ୍ଦରଗଡ଼ରେ ୧୦.୫, ଅନୁଗୁଳରେ ୧୦.୬, ଝାରସୁଗୁଡ଼ାରେ ୧୦.୮ ଡିଗ୍ରି ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ ମଧ୍ୟ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। କଟକର ତାପମାତ୍ରା ୧୪.୫ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରରେ ୧୫.୩ ଡିଗ୍ରି ରହିଥିଲା। ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୧୭ ତାରିଖରୁ ରାଜ୍ୟରେ ଥଣ୍ଡା କମିଯିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ୨୨ରୁ ୨୪ ତାରିଖ ଦୁଇଦିନ ଯାଏ ବର୍ଷା ସମ୍ଭାବନା ରହିଛି।

Exit mobile version