Site icon ଆଜିକାଲି

ରାଜ୍ୟରେ ଧୀରେ ଧୀରେ ବଢୁଛି ପାରଦ

ଭୁବ‌ନେଶ୍ବର : ରାଜ୍ୟରେ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ବଢ଼ିବାରେ ଲାଗିଛି। ତଥାପି ଶୀତରୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ମିଳି ନାହିଁ । ଗତ ୨୪ ଘଣ୍ଟାରେ ପାରଦ ପ୍ରାୟ ଅଢ଼େଇ ଡିଗ୍ରୀ ଯାଏ ବଢ଼ିଥିବା ବେଳେ ସେମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ଦୁର୍ବଳ ଉତ୍ତରା ବାୟୁ ତଥା ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ହେତୁ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ବଢ଼ିବା ସହ ରାତି ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଶୀତ କମିବ। ଆସନ୍ତାକାଲି ରାଜ୍ୟର କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ପୁରୀ, ‌ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ।

Exit mobile version