Site icon ଆଜିକାଲି

‘ମେରୀ ଖ୍ରୀଷ୍ଟମାସ’ର ଟ୍ରେଲର ରିଲିଜ, ସସପେନ୍ସରେ ପରିପୂର୍ଣ୍ଣ ଚଳଚ୍ଚିତ୍ର

ମୁମ୍ଵାଇ : ଚଳଚ୍ଚିତ୍ର ‘ମେରୀ ଖ୍ରୀଷ୍ଟମାସ’ର ଟ୍ରେଲର ରିଲିଜ । ଏହି ଚଳଚ୍ଚିତ୍ରର ଟ୍ରେଲର ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ପ୍ରଥମ ଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଘୋଷଣା ହେବା ଦିନଠାରୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ମାତ୍ର ୨୩ ଦିନ ପରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ସସପେନ୍ସରେ ପରିପୂର୍ଣ୍ଣ । ଟ୍ରେଲରରେ ଦୁହେଁ ‘ଖ୍ରୀଷ୍ଟମାସ’ର କିଛି ଘଣ୍ଟା ପୂର୍ବରୁ ପରସ୍ପରକୁ ଭେଟନ୍ତି। ଉଭୟ ପରସ୍ପର ବିଷୟରେ ଅଜ୍ଞ ଥାଆନ୍ତି। ପରେ ଉଭୟ ରୋମାଣ୍ଟିକ୍ କଥାବାର୍ତ୍ତା କରନ୍ତି, ତା’ପରେ ହଠାତ୍ କିଛି ଦୃଶ୍ୟ ଦେଖାଯାଏ ଯାହା ଆପଣଙ୍କୁ ଭୟଭୀତ କରିପାରେ। ସସପେନ୍ସ ସହିତ ଏହା ଅନେକ ରୋମାଞ୍ଚ ମଧ୍ୟ ରହିଛି। ଫିଲ୍ମର ଟ୍ରେଲର ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ଆହୁରି ଉତ୍ସାହ ସୃଷ୍ଟି କରିସାରିଛି। ଆସନ୍ତୁ ଆପଣଙ୍କୁ କହିବା, ‘ମେରୀ ଖ୍ରୀଷ୍ଟମାସ’ ହେଉଛି ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏକ ଆଗାମୀ ଭାରତୀୟ ଥ୍ରୀଲର ଚଳଚ୍ଚିତ୍ର ।

ତାମିଲ ଏବଂ ହିନ୍ଦୀରେ ଏକକାଳୀନ ସୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପଥି ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ରାଘବନ୍, କ୍ୟାଟ୍ରିନା ଏବଂ ପ୍ରୀତମଙ୍କ ତାମିଲ ଡେବ୍ୟୁ ଥିବା ବେଳେ ବିଜୟଙ୍କ ତୃତୀୟ ହିନ୍ଦୀ ଚଳଚ୍ଚିତ୍ର ହେବ। ରିଲିଜ୍ ତାରିଖକୁ ଅନେକ ଥର ବଦଳାଇବା ପରେ, ବର୍ତ୍ତମାନ ‘ମେରୀ ଖ୍ରୀଷ୍ଟମାସ’ ଜାନୁଆରୀ ୧୨, ୨୦୨୪ ରେ ରିଲିଜ୍‌ ହେବାକୁ ଯାଉଛି।

Exit mobile version