Site icon ଆଜିକାଲି

ଚଳିତମାସରେ ୨ଟି ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର : ଚଳିତ ମାସରେ ରାଜ୍ୟରେ ମିଶ୍ରିତ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‍ ରହିବ ବୋଲି ଆଇଏମଡି ସୂଚନା ଦେଇଛି । ସେପଟେ ଏହିମାସ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ୨ ଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ ପ୍ରଥମ ଲଘୁଚାପ ଏହିମାସ ୭ ତାରିଖ ବେଳକୁ ହୋଇପାରେ । ଦ୍ୱିତୀୟ ଲଘୁଚାପ ସମ୍ପର୍କରେ ଏଯାଏ ସ୍ପଷ୍ଟ ସୂଚନା ନ ଥିଲେ ହେଁ ପାଣିପାଗ ବିଭାଗ ବିସ୍ତାରିତ ପରିସର ଆକଳନରେ ୨ ଟି ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଛି। ତେଣୁ ୨ ଟି ଲଘୁଚାପରେ ରାଜ୍ୟକୁ ଭଲ ବର୍ଷା ମିଳିବ ବୋଲି ଆକଳନ କରାଯାଇଛି।

Exit mobile version