କେନ୍ଦୁଝର, କେନ୍ଦୁଝର ଜିଲ୍ଲା ମିଳିତ ଆମଲା ମଞ୍ଚର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଙ୍କୁ ନେଇ କଲେକ୍ଟୋରେଟ କଲଚରାଲ କ୍ଲବ କେନ୍ଦୁଝର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅନ୍ଦୋଳନ ସ୍ଥଗିତ ହେବା ଠାରୁ ଆଜି ପର୍ଯ୍ୟନ୍ତ ମିଶନ ଗ୍ରେଡପେ ୪୨ଶହ ଲେଭେଟ-୦୯ ଦାବିର ଅଗ୍ରଗତି ଓ ବର୍ତ୍ତମାନ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଅଲାେଚନା ହୋଇଥିଲା। ସରକାର ଆଜିପର୍ଯ୍ୟନ୍ତ ଦାବି ପୂରଣରେ ଟାଳଟୁଳନୀତି ଅବଲମ୍ବନ କରୁଥିବା ସହ ଦିନକୁ ଦିନ ସମୟ ଗଡେଇ ଚାଲୁଥିବା ଯୋଗୁଁ କ୍ଷୋଭ ପ୍ରକାଶ ପାଇଥିଲା ସଦସ୍ୟ ମାନେ। ଶେଷରେ ମିଳିତ ଅମଲା ମଞ୍ଚ ର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ମତାମତ ଅନୁସାରେ ରାଜ୍ୟନେତୃବୃନ୍ଦଙ୍କ ପରାମର୍ଶ ରେ ୨୦ତାରିଖ ସୁଧା ଦାବୀ ପୂରଣ ନହେଲେ ୨୧ତାରିଖ ଠାରୁ କେନ୍ଦୁଝର ଜିଲ୍ଲା ମିଳିତ ଅମଲା ମଞ୍ଚ ପୁନଃ ଆନ୍ଦୋଳନକୁ ଓଲ୍ଲାଇବାକୁ ପ୍ରସ୍ତୁତ ହୋଇଛି। ଏହି ବୈଠକ ରେ ମିଳିତ ଆମଲା ମଞ୍ଚର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ରଣା,ଆବହକ ଶ୍ରୀ ପ୍ରସନ୍ନ କୁମାର ବେହେରା,ସଂଗଠନ ସଂମ୍ପାଦକ ସଚିଦାନନ୍ଦ ମହାକୁଡ,ମିଡିଆ ସଂଯୋଜକ ପୀତବାସ ମହାନ୍ତ,ଉପଦେଷ୍ଟା ଶ୍ରୀ କୈାଳାଶ ଚନ୍ଦ୍ର ମଲ୍ଲିକ,ସନ୍ତୋଷ କୁମାର ରଣା,ରାଜସ୍ବ ଅମଲା ସଂଘର ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର,କାର୍ଯ୍ୟକାରୀ ସଭପତି ଶ୍ରୀ ସଚିନ କୁମାର ପଣ୍ତା,ଓଡିଶା ଅମଲ ସଂଘର ସଭାପତି ଶ୍ରୀ ଅଭିମନ୍ୟୁ ପ୍ରଧାନ,ଟେଜ୍ରେରୀ ସଂଘର ଶ୍ରୀମତୀ ଗୀତାଞ୍ଜଳୀ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ନନ୍ଦ କିଶୋର ସେଠୀ,ତପନ କୁମାର ଭୁୟାଁ,ଛବିନ୍ଦ୍ର ପାତ୍ର,ଜିତେନ୍ଦ୍ର କୁମାର ସାହୁ,ଲଲାଟ କୁମାର ସ୍ବାଇଁ,ବିଧୁଭୂଷଣ ସା,ପ୍ରକାଶ କୁମାର ନାୟକ,ଲାବନ୍ୟ କୁମାର ମହାନ୍ତ,ଘନଶ୍ୟାମ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମିଳିତ ଆମଲା ମଞ୍ଚର ଆନ୍ଦୋଳନ ପାଇଁ ସଜବାଜ
