Site icon ଆଜିକାଲି

ଦାବୀ ପୂରଣ ପ୍ରତିବାଦରେ ଆନ୍ଦଳନକୁ ଓଲ୍ଲାଇବ ମିଳିତ ମଲାମଞ୍ଚ

କେନ୍ଦୁଝର, ରାଜ୍ୟ ମିଳିତ ଅମଲା ମଞ୍ଚ ନେତୃତ୍ବରେ ରବିବାର ରାଜ୍ୟର ୩୦ଗୋଟି ଜିଲ୍ଲା ରେ ୪୨ଶହ ଗ୍ରେଡପେ ଲେଭେଟ-୯ ପୂରଣ ବିଳମ୍ବ ଓ ଟାଳଟୁଳନିତୀ ପ୍ରତିବାଦରେ ଜିଲ୍ଲା ସ୍ତରୀୟ ମିଳିତ ଅମଲାମଞ୍ଚ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ଐତିହାସିକ ବରଗଛ ତଳେ କେନ୍ଦୁଝର ଜିଲ୍ଲା ମିଳିତ ଅମଲା ମଞ୍ଚର ପ୍ରତିବାଦ ପ୍ରସ୍ତୁତି ବୈଠକ ଦିନ ସାଢ ୧୦ଟାବେଳେ ମିଳିତ ଅମଲାମଞ୍ଚ ଶାଖାର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରଣା ଙ୍କ ଅଧ୍ୟକ୍ଷତାରେ ବସିଥିଲା।ସୂଚନାଯୋଗ୍ୟଯେ’ କନିଷ୍ଠ ସହାୟକ ଙ୍କ ପ୍ରବେଶିକା ଗ୍ରେଡପେ ୧୯ଶହ ଲେଭେଲ-୦୪ ରୁ ଗ୍ରେଡପେ ୪୨ଶହ ଲେଭେନ-୯ କୁ ବୃଦ୍ଧିଦାବିରେ ଗତ ଜୁନ ୧ତାରିଖ ରୁ ହୋଇଥିବା ମିଳିତ ଅମଲାମଞ୍ଚର ଆନ୍ଦୋଳନକୁ ତୁରନ୍ତ ଦାବିପୂରଣ ର ପ୍ରତିଶୃତି କ୍ରମେ ଜୁନ ୧୭ତାରିଖ ଦିନ ସ୍ଥଗିତ ରଖାଯାଇଥିଲା। ମାତ୍ର ସରକାର ଦାବି ପୂରଣରେ ଅହେତୁକ ଅବହେଳା ଓ ତାରିଖ ପରେ ତାରିଖ ଗଡାଇ ଚାଲିଥିବାରୁ କର୍ମଚାରୀ ଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା। ତେବେ ଏହାପରେ ପରିଣାମ ସ୍ୱରୂପ ୧୦ସେପ୍ଟେମ୍ବର କେନ୍ଦୁଝର ପ୍ରଜାମେଳିର ନାୟକ ବିପ୍ଲବୀ ଧରଣୀଧର ଙ୍କ ମାଟିରୁ ପୁର୍ନଃ ଆନ୍ଦଳନ କରିବା ପାଇଁ ରାଜ୍ୟ ନେତୃବୃନ୍ଦ ଙ୍କୁ କେନ୍ଦୁଝର ମିଳିତ ଅମଲା ମଞ୍ଚ ପ୍ରସ୍ତାବ ଦେବା ସହିତ ସରକାର ଙ୍କୁ ଚେତାବନୀ ଦେଇଥିବା ସୂଚନା ମିଳିଛି।ଇତିମଧ୍ୟରେ ଦାବି ପୂରଣ ହେଉନଥିବାରୁ ଆଜି ପୂର୍ନଃବାର କେନ୍ଦୁଝର ମିଳିତ ଅମଲା ମଞ୍ଚର ସମସ୍ତ ସଦସ୍ୟ ସଦସ୍ୟା  ବୈଠକରେ ରାଜ୍ୟ ନେତୃବୃନ ଙ୍କୁ କେନ୍ଦୁଝର ଜିଲ୍ଲା ଆନ୍ଦୋଳନ ପାଇଁ ସଂମ୍ପୁର୍ଣ୍ଣ ପ୍ରସ୍ତୁତ ବୋଲି ଚେତାବନୀ ଦେଇଛି। ଏଣୁ ଆଗାମୀ ୧୧ତାରିଖ କଟକ ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ ଅମଲା ମିଳିତମଞ୍ଚ ବୈଠକରେ ନିର୍ଯ୍ୟାସକୁ ସମ୍ମାନ ଜଣାଇ ଯାହା କାର୍ଯ୍ୟପନ୍ଥା ସ୍ଥିର କରାଯିବ ସେଇ ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆନ୍ଦୋଳନକୁ ଆଗେଇ ନେବ ବୋଲି ମତ ପ୍ରକାଶ ପାଇଛି। ଏହି ବୈଠକରେ ମିଳିତ ଅମଲାମଞ୍ଚର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୈାଳାଶ ଚନ୍ଦ୍ର ମଲ୍ଲିକ,କେନ୍ଦୁଝର ଜିଲ୍ଲା ମିଳିତ ଅମଲା ମଞ୍ଚର ସଂଗଠନ ସମ୍ପାଦକ ସଚ୍ଚିଦାନନ୍ଦ ମହାକୁଡ,ମିଡିଆ ସଂଯୋଜକ ପୀତାବାସ ମହାନ୍ତ,ରାଜ୍ୟ ଆମଲା ସଂଘର ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର,ସାଧାରଣ ସଂମ୍ପାଦକ ପ୍ରଭାତେନ୍ଦୁ ନାୟକ,ଓଡିଶା ଆମଲା ସଂଘର ସଭାପତି ଶ୍ରୀ ଅଭିମନ୍ୟୁ ପ୍ରଧାନ,ଟ୍ରେଜେରୀ ସଂଘର ଶ୍ରୀମତୀ ଗୀତାଞ୍ଜଳୀ ପାତ୍ର,ସରୋଜ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଏହା ସହିତ ଅଗାମୀ ଦିନର ଅନ୍ଦୋଳନକୁ ତୀବ୍ରତର କରିବା ପାଇଁ ପ୍ରତିଶୃତି ଦେବା ସହ ସମସ୍ତଙ୍କର ସହଯୋଗ ଲୋଡିଥିଲେ। ରାଜସ୍ବ ଅମଲା ସଂଘର କାର୍ଯ୍ୟକାରୀ ସଦସ୍ୟ ଭୁବନେଶ୍ବର ମହାପାତ୍ର,ସନ୍ତୋଷ କୁମାର ରଣା,ସଚିନ କୁମସର ପଣ୍ତା,ତପନ କୁମାର ଭୂୟାଁ,ଓଡିଶା ଅମଲା ସଂଘର ଶାନ୍ତନୁ କୁମାର ଦାସ,ନନ୍ଦ କିଶୋର ସେଠୀ,ଲାବନ୍ୟ କୁମାର ମହାନ୍ତ,କ୍ଷୀରୋଦ କୁମାର ମହାନ୍ତ,ପ୍ରକାଶ କୁମାର ନାୟକ,ବିନୋଦ କୁମାର ସାହୁ,କ୍ଷେତ୍ରବାସୀ ମହାନ୍ତ,ବିଭୂତି ଭୁଷଣ ବେହେରା,ଗୁଣନିଧି ମହ‍ନ୍ତ,ଟ୍ରେଜେରୀ ସଂଘର ଗୋବର୍ଦ୍ଧନ ନାଏକ ସକ୍ରିୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version