Site icon ଆଜିକାଲି

ଜାନୁଆରିରୁ ଆରମ୍ଭ ହେବ ମିଲେଟ୍ ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ଜାନୁଆରି ମାସରୁ ଆରମ୍ଭ ହେବ ମିଲେଟ୍ ସଂଗ୍ରହ । ଏଥିପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ ହେବା ସହିତ ଗାଇଡ୍‌ଲାଇନ ପ୍ରସ୍ତାବିତ ମିଲେଟ୍ ସଂଗୃହୀତ ଜିଲାକୁ ପଠାଯାଇଛି। ଡିସେମ୍ବର ୩୧ସୁଦ୍ଧା ଚାଷୀଙ୍କୁ ପଞ୍ଜୀକରଣ କରିବା ପାଇଁ କୁହାଯାଇଛି। ଜିଲାର ଅମଳ ଅନୁସାରେ ସଂଗ୍ରହ ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ସମେତ ୧୫ ଜିଲ୍ଲାରେ ମିଲେଟ୍ ସଂଗୃହୀତ ହେଉଥିଲା।

ଚଳିତ ବର୍ଷ ପ୍ରଥମ କରି ନୟାଗଡ଼, ବୌଦ୍ଧ, ଝାରସୁଗୁଡ଼ା, ଢେଙ୍କାନାଳ ଅର୍ଥାତ ୧୯ ଜିଲ୍ଲାରୁ ଟିଡିସିସି ଚାଷୀଙ୍କ ଠାରୁ ମିଲେଟ୍ ସଂଗ୍ରହ କରିବ। ଗତବର୍ଷ ୫୦ ହଜାର ଚାଷୀଙ୍କ ଠାରୁ ୩ ଲକ୍ଷ ୨୩ ହଜାର କ୍ବିଣ୍ଟାଲ ମିଲେଟ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ୬ ଲକ୍ଷ କ୍ବିଣ୍ଟାଲ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ହେକ୍ଟର ପିଛା ମିଲେଟ୍ ସଂଗ୍ରହ ପରିମାଣ ୧୦ କ୍ବିଣ୍ଟାଲକୁ ବୃଦ୍ଧି କରାଯାଇଛି। ଅଧିକ ଜିଲା ଥିବାରୁ ଅଧିକ ସଂଖ୍ୟାରେ ଚାଷୀ ଏହି ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ। ଏହାକୁ ନେଇ ଏକ ବୈଠକ କିଛି ଦିନ ପୂର୍ବରୁ ହୋଇଥିଲା।

Exit mobile version