Site icon ଆଜିକାଲି

ମାଣ୍ଡିଆ ଦିବସର ମାସ୍କଟ ‘ମିଲ୍ଲି’

ଭୁବନେଶ୍ୱର : ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ସଫଳତା ହାସଲ କରିଛି । ଏଥିପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚିତ ହୋଇଛି ମିଲେଟ ମିଶନ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନଭେମ୍ବର ୧୦ ମାର୍ଗଶୀର ପ୍ରଥମ ଗୁରୁବାରେ ପାଳନ କରାଯିବ ମାଣ୍ଡିଆ ଦିବସ । ଏଥିପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମାଣ୍ଡିଆ ଦିବସ ପାଇଁ ଅଫିସିଆଲ୍ ମାସ୍କଟ ଉନ୍ମୋଚନ କରାଯାଇଛି। ଏହି ମାସ୍କଟର ନାମ ରହିଛି ମିଲ୍ଲି ।

ଏଣେ ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇ ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା କରାଯାଇଛି ।

Exit mobile version