Site icon ଆଜିକାଲି

ମିଲେଟ ମିଶନ ପକ୍ଷରୁ ସଚେତନତା ରଥ

କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା କୃଷି ବିଭାଗର ମିଲେଟ ମିଶନ ତରଫରୁ ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ଜୁନ ୫ ବିଶ୍ୱ ପରିବେଶ ସଚେତନତା ଦିବସ ଉପଲକ୍ଷେ ଏକ ସଚେତନତା କାର୍ୟ୍ୟକ୍ରମ କରିବା ନିମନ୍ତେ କେନ୍ଦୁଝର ଜିଲ୍ଲାର ୧୧ ଟି ବ୍ଲକ ରେ ୧୧ ଟି ରଥ ବୁଲିବାର କାର୍ୟ୍ୟକ୍ରମକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରାଯାଇଛି । ଏହି କାର୍ୟ୍ୟକ୍ରମ ଅନୁସାରେ ପାଟଣା ବ୍ଲକ ର ୨୦ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ରଥ ପରିକ୍ରମା କରି ମାଣ୍ଡିଆ ଚାଷ ଉପରେ ଜନ ସାଧାରଣଙ୍କୁ ସଚେତନତା କରିବା ପାଇଁ ୨୩ ତାରିଖ ଠାରୁ ୨୬ ତାରିଖ ପର୍ୟ୍ୟନ୍ତ ଚାରି ଦିନ ଧରି ଚାଲିବାର କାର୍ୟ୍ୟକ୍ରମ ରହିଛି । ଏହି ମିଲେଟ ମିଶନ କାର୍ୟ୍ୟକ୍ରମକୁ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଭାରତ ହାତକୁ ନେଇ କାର୍ୟ୍ୟ କରୁଛି , ଏଣୁ ଜନ ସାଧାରଣଙ୍କୁ ଅନୁରୋଧ ସମସ୍ତେ ଏହି କାର୍ୟ୍ୟକ୍ରମରେ ସାମିଲ ହୁଅନ୍ତୁ । ଏହାର ସୁବିଧା ସୁଯୋଗ ନେଇ ମିଲେଟ ମିଶନ କାର୍ୟ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରନ୍ତୁ ବୋଲି ଉଦଘାଟନ ପର୍ବରେ ଉପସ୍ଥିତ ଥିବା ଭାରତ ସଂଗଠନର ଅଞ୍ଚଳ ଅଧିକାରୀ ଶିବନାଥ ପ୍ରଧାନ, ତୃପ୍ତିଶିଖା ନାୟକ ଓ ତ୍ରିଲୋଚନ ମହାନ୍ତ ଜନସାଧାରଣଙ୍କୁ ସୂଚନା ଦେଉଛନ୍ତି। ପାଟଣା ବ୍ଲକର ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରୁ ଏହି ରଥ ପାଟଣା ବ୍ଲକ ଅଞ୍ଚଳ ପରିକ୍ରମାରେ ବାହାରିଛି।

Exit mobile version