Site icon ଆଜିକାଲି

ଜିଲିଙ୍ଗ୍ ଲାଙ୍ଗାଲୋଟା ଲୈାହ ଖଣିରେ ଖଣି ସଂରକ୍ଷଣ ସପ୍ତାହ

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି ସ୍ଥିତ ଜିଲିଙ୍ଗ୍ ଲାଙ୍ଗାଲୋଟା ଲୈାହଖଣି,ସେସର୍ସ ଓଏମ୍ ସି ପକ୍ଷରୁ ଭାରତୀୟ ଖଣି ବ୍ୟୁର ଭୁବନେଶ୍ବର ଆନୁକୂଲ୍ୟରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ମହାସୋମାରହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖଣି ପରିବେଶ ଏବଂ ଖଣି ସଂରକ୍ଷଣ ସପ୍ତାହ ପାଳନ ଅବସର ରେ ଶ୍ରୀ ଚିନ୍ମୟ କୁମାର ପରିଡା, ଉପସାଧାରଣ ପରିଚାଳକ(ଖଣି) ଓ ଶ୍ରୀ ତରୁଣ କୁମାର କାଣ୍ତେୟାଂ,ବରିଷ୍ଠ ପରିଚାଳକ(ଭୂତତ୍ତ୍ବ) ଙ୍କ ତତ୍ତ୍ବାବଧନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାପ୍ ଟି ମାଳ ବକ୍ସାଇଟ,ମାଇନ୍ସ,ହିଣ୍ତାଲକୋର ସାଧାରଣ ପରିଚାଳକ(ଭୂତତ୍ତ୍ବ)ଶ୍ରୀ କେ.ସି ଜ୍ୟାେତିସ,ଶ୍ରୀ ଦାସରଥି ବେହେରା,ସାଧାରଣ ପରିଚାଳକ(ଖଣି), କଳମଙ୍ଗ,ଲୈାହ ଓ ମାଙ୍ଗାନିଜ୍ ଖଣି,ୟାଜ୍ ଦାନୀ,ଷ୍ଟିଲ ଲିମିଟେଡ,ଶ୍ରୀ ଶାଶ୍ବତ ନନ୍ଦ,ଖଣି ପରିଚାଳକ କଲରଙ୍ଗି କ୍ରୋମାଇଟ୍ ମାଇନସ,ମେସର୍ସ ଫେକର ଯୋଗଦେଇଥିଲେ।ଅତିଥି ଙ୍କୁ କମ୍ପାନୀର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।ଏଥିସହ ଖଣିର ବିଭିନ୍ନ ପ୍ରାନ୍ତକୁ ଯାଇ ଖଣି ତଦାରଖ କରିବା ସହିତ ପରିବେଶ ସୁରକ୍ଷା ଏବଂ ଖଣିଜ ସଂରକ୍ଷଣ ଦିଗରେ ନିଆଯାଇଥିବା ପଦକ୍ଷେପ କୁ ବୁଲି ଦେଖିଛନ୍ତି।ଖଣି ପକ୍ଷରୁ ନିଆଯାଇଥିବା ନୂତନ ପଦକ୍ଷେପ ତଥା ସାମ୍ପଲ ପ୍ରସେସିଂ ୟୁନିଟ୍,ରାସାୟନିକ ପରୀକ୍ଷାଗାର,କଠିନ ବର୍ଯ୍ୟବସ୍ତୁ ପରିଚାଳନା,ଦୂଷିତ ବର୍ଜବସ୍ତୁ ପରିଚାଳନା,ବୈଷୟିକ ଖନନ ପଦ୍ଧତି,ଖଣିଜ ସଂରକ୍ଷଣ ପଦ୍ଧତି ଆଦିକୁ ପରିଦର୍ଶନ କରି ଭୂୟସି ପ୍ରଶଂସା କରିଥିଲେ।ଆୟୋଜିତ ମଞ୍ଚ କାର୍ଯ୍ୟକ୍ରମରେ ଅତିଥିଗଣ ପ୍ରତିରକ୍ଷା ପଦକ୍ଷେପ,ପରିଵେଶ ସୁରକ୍ଷା,କଲୋନୀର ସୁରକ୍ଷା,କୋଲନୀ ର ସୈାଦର୍ଯ୍ୟ ଓ ଆଗାମୀ ଭବିଷ୍ୟତ ପୀଢିପାଇଁ ଖଣିଜ ସଂମ୍ପଦର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ।ଏଥିସହ ଖଣି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏଥିରେ ବିଭିନ୍ନ ପ୍ରତିଯୋଗୀତା ତଥା କୁଇଜ୍,ଡିବେଟ୍,ରଚନା,ପୋଷ୍ଟର,ସ୍ଲୋଗାନରେ ଭାଗନେଇଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରିଥିଲେ।ଏହି ଅବସର ରେ ଶ୍ରୀ ତାପସ କୁମାର ମହାପାତ୍ର,ପରିଚାଳକ(ଖଣି)ଓ ପିକେ ପଟ୍ଟନାୟକ,ସୁରକ୍ଷା ଅଧିକାରୀ ଙ୍କୁ ସର୍ବଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଖଣି ବିଭାଗର ଶ୍ରୀ ସୈାମ୍ୟ ମହାନ୍ତ,ଦୀପକ ଗୁପ୍ତା,ଅରବିନ୍ଦ ମହାନ୍ତ,ଚିତ୍ରସେନ ସାହୁ,ଦିଲ୍ଲିପ ଗୈାଡ,ଦେବାଶିଷ ରାଓ,ଭୀମ କିସ୍କୁ,ଅସୀମ ଦାସ,ବିବେକାନନ୍ଦ ମଲ୍ଲିକ,ଭୂତତ୍ତ୍ବ ବିଭାଗର ପଞ୍ଚାନନ ସାହୁ,ସୁନୀତା ପଣ୍ତା,ଅନନ୍ତ ଅସିସ ଦାସ,ସିଏସଆର ବିଭାଗର ଗଣେଶ୍ବର ବେହେରା,ଫାଇନାନ୍ସ ବିଭାଗର ସନ୍ତୋଷ ବେହେରା,ଆଇଟି ବିଭାଗର ରାଜୀବ ସେନାପତି,ବିଦ୍ୟୁତ୍ ବିଭାଗର ନିରଞ୍ଜନ ଜେନା,ସିଭିଲ ବିଭାଗର ଚାମୁଣ୍ତା ମାଝୀ,ପରିବେଶ ଅଧିକାରୀ ସାଗରିକା ପାତ୍ର ସମେତ ସମସ୍ତ ଖଣି ଅଧିକାରୀ କର୍ମଚାରୀ ଏବଂ ସହଭାଗୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Exit mobile version