Site icon ଆଜିକାଲି

ବିଧାନସଭାରେ ପେନସନ ଭୋଗୀଙ୍କ ବାବଦରେ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ୪୮ଲକ୍ଷ ୭୬ହଜାର ୬୫୯ ଜଣ ହିତାଧିକାରୀ ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ପେନସନ ପାଉଛନ୍ତି । ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୭ଟି ବର୍ଗରେ ପ୍ରଥମ ଭିନ୍ନକ୍ଷମ ଜନଗଣନା ହୋଇଥିଲା । ଏଥିରେ ୧୨ ଲକ୍ଷ ୪୪ ହଜାର ୪୦୨ ଜଣ ଚିହ୍ନଟ ହୋଇଛନ୍ତି। ୨୦୧୬ରେ ଏହି ବର୍ଗ ସଂଖ୍ୟା ୭ରୁ ୨୧ କୁ ବୃଦ୍ଧି ହୋଇଥିଲା । ଏ ଯାଏଁ ୫ ଲକ୍ଷ ୮୫ ହଜାର ୮୭୯ ଭିନ୍ନକ୍ଷମଙ୍କୁ ଭୀମ ଭୋଇ ସାମର୍ଥ୍ୟ ଶିବିରରେ ୟୁଡିଆଇଡି କାର୍ଡ ଦିଆଯାଇଛି । ଗତ ମାର୍ଚ୍ଚ ୧୪ ସୁଦ୍ଧା ୟୁଡିଆଇଡି ଜାତୀୟ ପୋର୍ଟାଲରେ ୧୨ ଲକ୍ଷ ୪୦୨ ଜଣ ପଞ୍ଜିକରଣ କରିଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି। ଏଥିରୁ ୫ଲକ୍ଷ ୮୫ହଜାର ୮୭୯ ଜଣଙ୍କୁ ୟୁଡିଆଇଡି କାର୍ଡ ମିଳିଛି । ୪ ଲକ୍ଷରୁ ଅଧିକ ଭିନ୍ନକ୍ଷମ ପେନସନ ପାଉଛନ୍ତି । ୨୦୧୧ ଜଣଗଣନା ଆଧାରରେ ଏହି ସୂଚନା ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ପୂର୍ବରୁ ମେଡିକାଲ ଆସେସମେଣ୍ଟ ବୋର୍ଡ ଅଧୀନରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ଦେବା ପାଇଁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜ ସ୍ୱୀକୃତି ପାଇଥିଲେ । ବର୍ତ୍ତମାନ ବାଲେଶ୍ୱର, ବଲାଙ୍ଗୀର, ବାରିପଦା, କୋରାପୁଟ ଓ ପୁରୀ ମେଡିକାଲ କଲେଜ ବି ଏଥିରେ ସାମିଲ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Exit mobile version