Site icon ଆଜିକାଲି

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଅଭିଯୁକ୍ତ ଗୋପାଳଙ୍କ ବଡ଼ ଭାଇଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ବଡ଼ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଜେରା ପରେ ଅଧିକ ତଥ୍ୟ ହାସଲ ପାଇଁ ବ୍ରହ୍ମପୁର ଆସି ସତ୍ୟନାରାୟଣଙ୍କୁ ଉଠାଇ ନେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର ।

କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟା ମାମଲାର ତଦନ୍ତ ଜୋରଦାର କରିଛି । ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ଵାବଧାନରେ ତଦନ୍ତ ଚାଲିଛି। ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରି କୋର୍ଟର ହାଜର କରିଛି କ୍ରାଇମବ୍ରାଞ୍ଚ।

Exit mobile version