Site icon ଆଜିକାଲି

ଶିକ୍ଷକ ଅଭାବ ନେଇ ବିଧାନସଭାରେ ଉଦବେଗ, ଉତ୍ତର ରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ନରସିଂହ ମିଶ୍ର, ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ପ୍ରମୁଖ ଅଭିଯୋଗ ଆଣିଥିଲେ ଯେ ସ୍କୁଲରେ ଶିକ୍ଷକ ଅଭାବ ରହିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଆଗକୁ ସ୍କୁଲରେ ଶିକ୍ଷକଙ୍କ ଅଭାବ ହେବ ନାହିଁ । ରାଜ୍ୟରେ ମୋଟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ । ସେଥିମଧ୍ୟରୁ ୨୦୨୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ୨୮୦ କୋଟିର ବଜେଟ୍ ହୋଇଛି ବୋଲି ଗୃହରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

Exit mobile version