Site icon ଆଜିକାଲି

ମିନିଟ୍ରକ-ପିକଅପ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ଆଦିବାସୀପଡ଼ା ଗାଁ ଛକ ନିକଟରେ ପାଣିପାଉଚ ବୋଝେଇ ମିନି ଟ୍ରକ ସହ ପିକ୍‌ଅପ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ପିକ୍‌ଅପ୍ ଡ୍ରାଇଭର ଓ ଗାଡି ମାଲିକ ଗୁରୁତର ହୋଇଛନ୍ତି ।

ସୂଚନା ମତେ ମୁହାଁ ମୁହିଁ ଧକ୍କା ଯୋଗୁଁ ଦୁର୍ଘଟଣା ଘଟିବା ଫଳରେ ପିକଅପ୍ ଗାଡି ଓଲଟି ପଡି ବାରୁ ଦୁଇ ଜଣ ଗାଡି ଭିତରେ ଫସି ରହିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦମକଳ ଗାଡ଼ିରେ ଗୁରୁତର ୨ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଖବରପାଇ ସଇଁତଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚଳାଇଛି । ତେବେ ଗୁରୁତର ଦୁଇ ଜଣଙ୍କ କେସିଙ୍ଗା ଅଞ୍ଚଳର ବୋଲି ଜଣାପଡିଛି ।

Exit mobile version