ଯାଜପୁର : ଖରସ୍ରୋତ ନଦୀକୁ ଖାଧୋଇବାକୁ ଯାଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଯାଜପୁର ଜିଲ୍ଲା ସଦର ଥାନା ବେରୁଦା ଗାଁର ବୃନ୍ଦାବନ ବାରିକଙ୍କ ପୁଅ ମିକୁ ବାରିକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବେରୁଦା ଗାଁର ବୃନ୍ଦାବନ ବାରିକଙ୍କ ପୁଅ ମିକୁ ସକାଳ ସମୟରେ ଖରସ୍ରୋତ ନଦୀର ଜହଳ ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ପାଦ ଖସି ଗଭୀର ପାଣିକୁ ଖସିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମିକୁଙ୍କୁ ମୃତ ଘୋଷଣା କରିଛନ୍ତି ।