Site icon ଆଜିକାଲି

ଓଏଏସସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ । ରାଜ୍ୟ ସରକାରଙ୍କ ୱାର୍କସ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଦିଲୀପ କୁମାର ରାୟଙ୍କୁ ଏସଏସ ଆଣ୍ଡ ଇପିଡି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଟ୍ରାନ୍ସଫର କରାଯାଇଛି । ସେହିପରି ବ୍ରହ୍ମପୁର ୟୁନିଭରସିଟିର ଏକ୍ସ-ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ରଞ୍ଜିତ କଟକ-ପୁରୀ ମୁଖ୍ୟ ବନ୍ଦୋବସ୍ତର ବନ୍ଦୋବସ୍ତ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ପ୍ରତିଭା ଦୋରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

ୱାର୍କସ ବିଭାଗର ଯୁଗ୍ମ ସଚିବ ମହେନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଇଜ୍ କର୍ପୋରେସନ ଲିମିଟେଡ, ଭୁବନେଶରର ଜି.ଏମ (ପ୍ରୋକ୍ୟୁରମେଣ୍ଟ) ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଇଜର କର୍ପୋରେସନ ଲିମିଟେଡ, ଭୁବନେଶ୍ୱରର ଜିଏମ (ପ୍ରୋକ୍ୟୁରମେଣ୍ଟ) ମମତା ନାୟକଙ୍କୁ ଏଚଟି ଆଣ୍ଡ ଏଚ ବିଭାଗର ଯୁଗ୍ମ ସଚିବ ଭାବ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Exit mobile version