Site icon ଆଜିକାଲି

ଭଟ୍ଟାରିକା ପୀଠ ମହାନଦୀରେ ଭାସିଯାଇ ନାବାଳକଙ୍କର ମୃତ୍ୟୁ

ଆଠଗଡ଼ : ପ୍ରସିଦ୍ଧ ଭଟ୍ଟାରିକା ପୀଠ ମହାନଦୀରେ ଭାସିଯାଇ ନାବାଳକଙ୍କର ମୃତ୍ୟୁ ହୋଇଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛ ଅଘଟଣ ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ ଭଟ୍ଟାରିକା ଗାଁର ୧୨ ବର୍ଷର ନାବାଳକ ଆଲେକଜାଣ୍ଡର ଜଗନ୍ନାଥ ପ୍ରସାଦ ନାୟକ ସାଥିଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ମହାନଦୀରେ ଅଧିକ ପାଣି ଆସିଥିବାରୁ ସ୍ରୋତରେ ଭାସି ଯାଇଥିଲେ ନାବାଳକ । ଖବର ପାଇ ବଡ଼ମ୍ବା ଦମକଳ ବାହିନୀ ବହୁ ଖୋଜାଖୋଜି କରିବା ପରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ବଡମ୍ବା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଜଗନ୍ନାଥଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version