Site icon ଆଜିକାଲି

ମିଶନ ଶକ୍ତି ଷ୍ଟଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଶିଳ୍ପପତିଙ୍କ ସହ ଭେଟଘାଟ


ଭୁବନେଶ୍ୱର : ‘ମେକ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨’ର ଆଜି ଦ୍ବିତୀୟ ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ଷ୍ଟଲରେ ଏସଏଚଜିଙ୍କ ଦ୍ଵାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିଛନ୍ତି । ଉଦ୍ୟୋଗୀତା କ୍ଷେତ୍ରରେ ମା’ ମାନଙ୍କ ଦକ୍ଷତା ଏବଂ ଆଗକୁ ବଢ଼ିବା ଳ ମନୋଭାବ ସର୍ବଦା ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ‘ମେକ୍ ଇନ୍ ଓଡିଶା କନକ୍ଲେଭ’ ସମ୍ମିଳନୀର ପ୍ଲେନାରି ସେସନରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମିତ୍ତଲ୍ ଗ୍ରୁପର ଏଲଏନ ମିତ୍ତଲ ଓ ଅନ୍ୟ ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ, ଟାଟା ଗ୍ରୁପର ଟିଭି ନରେନ୍ଦ୍ରନ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

Exit mobile version