Site icon ଆଜିକାଲି

ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍‌

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର ହୋଇଯାଇଛି l କୃଷ୍ଣ ରାଉତ ନାମକ ଜଣେ ଯୁବକଙ୍କ ନିକଟରେ ଏହି ଅସ୍ତ୍ରୋପଚାର ହୋଇଛି l

୮ ଦିନ ପୂର୍ବେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କୁ ତାଙ୍କର କିଛି ମଦ୍ୟପ ବନ୍ଧୁ ମଳଦ୍ୱାର ନିକଟରେ ଏକ ଷ୍ଟିଲ ଗ୍ଲାସ ଜବରଦସ୍ତ ଭର୍ତ୍ତି କରିଦେଲେ l ତାହା ମଳଦ୍ୱାର ଦେଇ ପେଟ ଭିତରକୁ ପଶି ଯାଇଥିଲା l ପରେ ପେଟ ବ୍ୟଥା ଅବସ୍ଥାରେ ସେ ଟ୍ରେନ ଯୋଗ ଗଞ୍ଜାମ ଜିଲା ବୁଗୁଡ଼ା ନିକଟ ବାଲିପଦର ଗ୍ରାମକୁ ଆସିଥିଲେ l ଅତ୍ୟନ୍ତ ବ୍ୟଥା ହେବା ପରେ କୃଷ୍ଣ ଏମକେସିଜି ସର୍ଜରୀ ବିଭାଗରେ ପହଞ୍ଚିଥିଲେ l ତାଙ୍କ ଅସ୍ତ୍ରୋପଚାର ଗତ ୧୯ ତାରିଖରେ ସଫଳ ଭାବେ ହୋଇଛି l ଡାକ୍ତର ମାନେ ପେଟ କାଟି ଷ୍ଟିଲ ଗ୍ଲାସକୁ ବାହାର କରିଛନ୍ତି l ପ୍ରଥମେ ଡାକ୍ତର ମାନେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ l ବିଫଳ ହେବା ପରେ ପେଟକାଟି ତାହାକୁ ବାହାର କରିଥିଲେ l

Exit mobile version