ନବରଙ୍ଗପୁର, (ସରୋଜ କୁମାର ବେହେରା)ନବରଙ୍ଗପୁର ସଦର ବିଧାୟକ ସଦାଶିବ ପ୍ରଧାନୀ ଚର୍ଚ୍ଚାରେ। ବର୍ଷା ମାସରେ ଚାଷ ଜମିରେ ଧାନ ରୁଆ କାର୍ଯ୍ୟରେ ନିୟୋଜିତ ମହିଳା ମାନଙ୍କୁ ଜରି ଚାହା ବିସ୍କୁଟ ବାଣ୍ଟି ଚର୍ଚ୍ଚାରେ ବିଧାୟକ ସଦାଶିବ ପ୍ରଧାନୀ।ନବରଙ୍ଗପୁର ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଚାଷ ଜମିରେ ଚାଷୀ ଶ୍ରମିକ ମହିଳା ମାନଙ୍କୁ ପୁର୍ବରୁ ବରସତି ଜରି ଚାହା ବିସ୍କୁଟ ଛତା ଆଦି ବିତରଣ କରି ଲୋକଙ୍କ ପ୍ରଶଂସା ତଥା ଚର୍ଚ୍ଚାକୁ ଆସିଥିବା ମନୋହର ରନ୍ଧାରୀ ପ୍ରଥମେ ଆରମ୍ଭ କରିଥଲେ। ଏହା ସାମାଜିକ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ପରେ ଜନସାଧାରଣ ଙ୍କ ପ୍ରଶଂସା ପାଇବା ପରେ ଦୁଇ ବିଧାୟକ ନିଜ ନିଜ ବିଧାନସଭା କ୍ଷେତ୍ରରେ ଏହା ବାଣ୍ଟି ଚାଲିଛନ୍ତି। ଶାସକ ଦଳର ନେତା ଏହି ଜରି ଚାହା ବିସ୍କୁଟ ଛତା ଆଦି ବଣ୍ଟନକୁ ବିରୋଧୀ ଦଳ ନାପସନ୍ଦ କରୁଥିବା ବେଳେ ଏହାକୁ କେବଳ ପବ୍ଲିସିଟୀ ସ୍ଟନଟ ବୋଲି କହୁଥିବା ବେଳେ ଜରି ଚାହା ବିସ୍କୁଟ ଛତା ଆଦି ବଣ୍ଟନ ଦ୍ଵାରା ଲୋକ ସମ୍ପର୍କ ତଥା ଜନ ସମ୍ବାଦ କରିବାର ଏକ ଉତ୍ତମ ମାଧ୍ୟମ ବୋଲି ନବରଙ୍ଗପୁର ଜିଲ୍ଲାର ଦୁଇ ବିଧାୟକ ମତ ରଖିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ୍ ଅନ୍ତର୍ଗତ ସାଗର ମୁଣ୍ଡା ଗ୍ରମରେ ଜରି ବଣ୍ଟନ ସମୟରେ ବିଧାୟକ ପ୍ରତିନିଧି ସୁନିଲ ସାହୁ, ଦୟାନିଧି ବିଶୋଇ, ଆଶିଷ କନ୍ଧପାନ ତଥା ବିଜୁ ଜନତା ଦଳର ବହୁ କର୍ମି ଉପସ୍ଥିତ ଥିଲେ। ଜରି ଚାହା ବିସ୍କୁଟ ଛତା ଆଦି ଆଜି ନେବା ବେଳକୁ ମହିଳା ମାନଙ୍କ ମଧ୍ୟରେ ବହୁ ଖୁସି ଅନୁଭବ କରିବା ପରିଲିଖିତ ହୋଇଥିଲା।