Site icon ଆଜିକାଲି

ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନରେ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ ।

ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ । ପୁଅଙ୍କ ଏପରି ଟିପ୍ପଣୀକୁ ନାପସନ୍ଦ କରିଥିଲେ ବାପା ସୁର ରାଉତରାୟ। ସେ ନିଜେ ମଧ୍ୟ ମନ୍ମଥଙ୍କୁ ଦଳରୁ ନିଲମ୍ବନ ନେଇ ଦାବି କରିଥିଲେ। କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବା ପରେ ମନ୍ମଥଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି।

FacebookTwitterLinkedinWhatsapp
Exit mobile version